ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ 

ରାଉରକେଲା – ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି କନିଷ୍ଠ କିରାଣୀ। ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ପୂର୍ତ୍ତ ବିଭାଗ ରାଉରକେଲା ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ନନ୍ଦି କିଶୋର ନାଥଙ୍କ ଘର ସମେତ ୬ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ସାଇକୃପା ଏନକ୍ଲେଭରେ ଥିବା ନାଥଙ୍କ ଘର, ବରଗଡ଼ ଜିଲ୍ଲା ଭିଏସଏସ ନଗର ଗାଁରେ ଥିବା ପୈତୃକ ଘର, ରାଉରକେଲା ପାନପୋଷ ଗ୍ରାମ୍ୟ ପୂର୍ତ୍ତ କଲୋନୀରେ ଥିବା ଆବାସିକ କ୍ୱାର୍ଟର, ତାଙ୍କ ଅଫିସ ଚାମ୍ବର, ଅଇଁଠାପାଲି ଥିବା ନାଥଙ୍କ ଘରେ ଚଢ଼ାଉ ଚାଲିଛି ।

Comments are closed.