ହକି ବିଶ୍ୱକପ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ଦେଖିବା ପାଇଁ କାଲି ଦିନ ୧ଟାରୁ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର – ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆସନ୍ତାକାଲି ଦିନ ଗୋଟାଏରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି ।କାଲି ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରା ଉପରେ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ଏହାର ସିଧାପ୍ରସାରଣ ଦେଖିବା ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ମଧ୍ୟାହ୍ନ ଗୋଟାଏରୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

Comments are closed.