ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସଂଗୀତ ନିର୍ଦ୍ଦେଶକ ପ୍ରୀତମ

ଭୁବନେଶ୍ୱର – ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ହିନ୍ଦି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ । ମୁଖ୍ୟମନ୍ତ୍ରୀ ତାଙ୍କୁ ହକି ଜର୍ସି ଉପହାର ଦେଇଛନ୍ତି। ଏହି ସାକ୍ଷାତ ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ପ୍ରୀତମ ହକି ବିଶ୍ଵକପ ଥିମ୍ ସଂଗୀତ ପ୍ରସ୍ତୁତ କରିଛନ୍ତି । ଆସନ୍ତାକାଲି ସେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ସଂଗୀତ ପରିବେଷଣ କରିବେ ।

Comments are closed.