କମ୍ପିବ ବାରବାଟୀ: ଆଜି ହକି ବିଶ୍ୱକପର ଭବ୍ୟ ଉଦଘାଟନ ଉତ୍ସବ 

କଟକ – ଆଜି ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।

ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ୍‌ । ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।

ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ଦକ୍ଷିଣ କୋରିଆର ବ୍ଲାକ ସ୍ୱାନ୍ ଗ୍ରୁପ୍ ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ । ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତା ବି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଉଦଘାଟନୀ ଉତ୍ସବର ଦେଖିବା ପାଇ ବାରବାଟୀରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଆଶା କରାଯାଉଛି । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି । ପ୍ରତି ଓ୍ୱାର୍ଡ଼ରେ ମଧ୍ୟ ଏଲଇଡି ସ୍କ୍ରିନ୍‌ର ବ୍ୟବସ୍ଥା ହୋଇଛି ।

ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ଛାତ୍ରଛାତ୍ରୀମାନେ ଯେପରି ଦେଖିପାରିବେ, ସେଥିପାଇଁ ସବୁ ସ୍କୁଲ ଆଜି ଦିନ ଗୋଟାଏରେ ଛୁଟି ହୋଇଯିବ ।

Comments are closed.