ବଲାଙ୍ଗୀରରେ ଟ୍ରକକୁ ଧକ୍କା ଦେଲା ସ୍କର୍ପିଓ, ୨ ମୃତ, ୩ ଗୁରୁତର

ବଲାଙ୍ଗୀର – ବଲାଙ୍ଗୀର – ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ବୁର୍ଡା ଛକରେ ଆଜି ସଡକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ ପଛକୁ ସ୍କର୍ପିଓ ଧକ୍କା ଦେବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଜଣାପଡିନାହିଁ । ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.