ଚିକିତ୍ସାରେ ଅବହେଳା : ସମସ୍ତ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବୌଦ୍ଧ : ଚିକିତ୍ସାରେ ଅବହେଳା ଯୋଗୁଁ ବୌଦ୍ଧ ଜିଲ୍ଲା ବାଉଁଶୁଣି ଚିକିତ୍ସାଳୟର ସମସ୍ତ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମୁତାବକ ବାଉଁଶୁଣି ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାରେ ଅନିୟମିତତା ନେଇ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଜଣେ ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ପଠାଇଥିଲେ । ଅଧିକାରୀ ଜଣଙ୍କ ତଦନ୍ତ ପାଇଁ ବାଉଁଶୁଣି ଚିକିତ୍ସାଳୟରେ ପହଞ୍ଚିବା ପରେ ସେଠାରେ ଡାକ୍ତର ଓ କର୍ମଚାରୀ ଅନୁପସ୍ଥିତ ଥିଲେ । ଅଭିଯୋଗର ପ୍ରମାଣ ପାଇବା ପରେ ଜିଲ୍ଲାପାଳ ଶ୍ରୀ ସାହୁ ବାଉଁଶୁଣି ଚିକିତ୍ସାଳୟର ସମସ୍ତ ଡାକ୍ତରଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

Comments are closed.