୩୩୦ ଶଯ୍ୟା ବିଶିଷ୍ଟ କେନ୍ଦୁଝର ଜିଲ୍ଲା ଚିକିତ୍ସାଲୟ ପାଇଁ ୨୦ଟି ନୁଆ ପଦବୀ ସୃଷ୍ଟି

ଭୁବନେଶ୍ୱର: କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ କାର୍ଯ୍ୟାଳୟ ଆଦେଶ ରୁ ଜଣା ପଡ଼ିଛି ଯେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଡାକ୍ତରଖାନା ପାଇଁ ୩ ଟି ନିଶ୍ଚେତକ ସ୍ପେଶାଲିଷ୍ଟ , ୧ଟି ଅସ୍ତି ଶଲ୍ୟ ସ୍ପେଶାଲିଷ୍ଟ୍, ୧ଟି ଜରୁରୀ କାଳୀନ ମେଡିକାଲ ଅଧିକାରୀ, ୨ଟି ବ୍ଲଡ ବ୍ୟାଙ୍କ୍ ଅଧିକାରୀ, ୮ ଟି ମେଡିକାଲ ଅଧିକାରୀ, ୧ ଟି ଦନ୍ତ ଚିକିତ୍ସକ, ଏବଂ ୩ଟି ପରିକ୍ଷଗାର ସହାୟକ ଏହିପରି ସମୁଦାୟ ୨୦ଟି ପଦବୀ ସୃଷ୍ଟି କରାଯାଇଛି ।

ଏହି ସବୁ ପଦବୀରେ ସ୍ପେଶାଳିଷ୍ଟ ମାନେ ନିୟୋଜିତ ହେବା ପରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟର ଗୁଣାତ୍ମକ ମାନ ବହୁ ଗୁଣିତ ହେବ ବୋଲି ବୁଦ୍ଧିଜବୀମାନେ ଆଶା ପ୍ରକାଶ କରିବା ସହ ଏଥି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.