ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା

ଭୁବନେଶ୍ୱର – ଶୀତର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ କିଛି ଜିଲ୍ଲାରେ ଘନ କୁହୁଡି ଦେଖାଯିବ । ଆଜି, ଆସନ୍ତାକାଲି ଓ ୧୪ ତାରିଖରେ ଘନ କୁହୁଡି ହେବ। କୁହୁଡ଼ି ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ପୋଲିସ ପଦକ୍ଷେପ ଗ୍ରହଣ କରିବାକୁ ଏସଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ରାତିରେ ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲା ପାଇଁ ଘନ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି କରାଯାଇଛି। ୧୪ ତାରିଖ ସକାଳେ ଓ ରାତିରେ ୭ଟି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ଢେଙ୍କାନାଳ, କଟକ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ। ଘନ କୁହୁଡ଼ି ପାଇଁ ଏସ୍‌ଆରସିଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଅବଗତ କରାଯାଇଛି।

Comments are closed.