ବିଶ୍ୱକପ ହକି ପାଇଁ ଭୁବନେଶ୍ବରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର – କାଲିଠୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟର ମ୍ୟାଚ ଆରମ୍ଭ ହେଉଛି । ଭୁବନେଶ୍ୱରେ ବିଶ୍ୱକପ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ‌କମିସନରେଟ ପୋଲିସ । ଭୁବନେଶ୍ୱରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୪୦୦ରୁ ଅଧିକ ଅଧିକାରୀ ମୁତୟନ ହେବେ। ଆଜି ପୋଲିସ କମିସନର ସୈ।ମେନ୍ଦ୍ର ପ୍ରିୟଦର୍ଶୀ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ପୋଲିସ ଅଧିକାରୀଙ୍କୁ ଡିସିପି ପ୍ରତୀକ ସିଂ ତାଲିମ ଦେଇଛନ୍ତି।

ଟିମ୍ ଆସିବା ଠାରୁ ଆରମ୍ଭ କରି, ରହିବା, ଯିବା ଆସିବା କରିବା, ବୁଲିବାକୁ ଯିବା ପାଇଁ ଆବଶ୍ୟକ ପୁଲିସ ବ୍ୟବସ୍ଥା ହୋଇଛି। କିଭଳି ସୁରୁଖୁରୁରେ ସବୁ ହେବ ସେ ବ୍ୟବସ୍ଥା ହୋଇଛି। ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୂଚନା ଦେଇଛନ୍ତି।

Comments are closed.