କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

କଟକ – ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ଗୁରୁଡିଝାଟିଆ ଥାନା ଓରନ୍ଦା ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ମିଳିଛି । ମୃତଦେହ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ କରିଛି କଟକ ମଙ୍ଗଳାବାଗ ପୋଲିସ ।

ରାଜଶ୍ରୀ ସ୍ୱାଇଁ କଟକର ଏକ ହୋଟେଲରୁ ନିଖୋଜ ହୋଇଥିବା ନେଇ ତାଙ୍କ କୋଚ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ।ଆଠଗଡ ଜଙ୍ଗଲରେ ରାଜଶ୍ରୀଙ୍କ ଆକ୍ଟିଭା ଓ ହେଲମେଟ୍ ମିଳିଥିଲା । ଟିମ୍ ଚୟନରୁ ରାଜଶ୍ରୀ ଙ୍କୁ ବାଦ୍ ଦିଆଯାଇଥିଲା । ପୁରୀ ରାମଚଣ୍ଡୀ ବାସିନ୍ଦା ହେଉଛନ୍ତି ରାଜଶ୍ରୀ ।

Comments are closed.