ଭିତରକନିକାରେ ବର୍ଷକ ମଧ୍ୟରେ କୁମ୍ଭୀରଙ୍କ ସଂଖ୍ୟାରେ ମାତ୍ର ୯ ବୃଦ୍ଧି 

ପଟ୍ଟାମୁଣ୍ଡାଇ – ଭିତରକନିକା ଅଭୟାରଣ୍ୟରେ ଏଥର ୯ଟି କୁମ୍ଭୀର ବଢିଛନ୍ତି । କୁମ୍ଭୀର ଗଣନା ଶେଷ ହେଲା ପରେ ଏ‌ହା ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଅଧୀର କୁମାର ବେହେରା।

ଚଳିତ ବର୍ଷ ଭିତରକନିକାରେ ୧୭୯୩ଟି କୁମ୍ଭୀର ଥିବା ଗଣନା ପରେ ଜଣାପଡ଼ିଛି । ଏଥିମଧ୍ୟରେ ରହିଛନ୍ତି ୨୨ଟି ଧଳା କୁମ୍ଭୀର । ଗତବର୍ଷ ଭିତରକନିକାରେ ୧୭୮୪ଟି କୁମ୍ଭୀର ଥିବା ବେଳେ ଏବର୍ଷ ୯ଟି କୁମ୍ଭୀର ବୃଦ୍ଧି ହୋଇଛନ୍ତି।

ଏ ବର୍ଷ ମଧ୍ୟ ଜାନୁଆରୀ ୪ ତାରିଖରୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା। କୁମ୍ଭୀର ଗଣନାରେ ବନବିଭାଗର ୨୨ଟି ଟିମ୍‌ ନିୟୋଜିତ ହୋଇଥିଲେ। ଏହି ଟିମ୍‌ ଭିତରକନିକାର ନଦୀ ନାଳରେ ଥିବା କୁମ୍ଭୀରମାନଙ୍କ ଗଣନା କରିଥିଲେ।

Comments are closed.