କୋରିଆକୁ ୫-୦ରେ ହରାଇ ଅଭିଯାନ ଆରମ୍ଭ କଲା ଡିଫେଣ୍ଡିଂ ଚାମ୍ପିଅନ

ଭୁବନେଶ୍ୱର – ଦମଦାର ବିଜୟ ସହ ବିଶ୍ୱକପ ହକିରେ ଅଭିଯାନ ଆରମ୍ଭ କରିଛି ଗତଥରର ଚାମ୍ପିଅନ ତଥା ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ବେଲଜିୟମ। ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍ ‘ବି’ ର ପ୍ରଥମ ମ୍ୟାଚରେ ୨୦୧୮ ଚାମ୍ପିଅନ ବେଲଜିୟମ, ଦକ୍ଷିଣ କୋରିଆକୁ ୫-୦ ଗୋଲରେ ପରାସ୍ତ କରିଛି। ବେଲଜିୟମ ପକ୍ଷରୁ ସମସ୍ତ ଗୋଲ୍ ମ୍ୟାଚର ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ସ୍କୋର କରାଯାଇଥିଲା । ପ୍ରଥମ ୩୦ ମିନିଟରେ କୈାଣସି ଗୋଲ ହୋଇନଥିଲା । ତେବେ ୩୧ ତମ ମିନିଟରେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ ପ୍ରଥମ ଗୋଲ ସ୍କୋର କରିବା ପରେ ମ୍ୟାଚକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ନେଇଥିଲା ବେଲଜିୟମ। ଏହାପରେ ଦଳ ପକ୍ଷରୁ ମ୍ୟାଚର ୪୩,୫୦, ୫୨ ଓ ୫୮ ତମ ମିନିଟରେ ଆଉ ଚାରୋଟି ଗୋଲ ସ୍କୋର କରିଥିଲା ଡିଫେଣ୍ଡିଂ ଚାମ୍ପିଅନ।

Comments are closed.