୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ: ଫରେଷ୍ଟ ଛତିଶଗଡ଼ ଚାମ୍ପିଅନ

ବରଗଡ଼ :ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଫରେଷ୍ଟ କ୍ଲବ ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚ ଏନ୍‌ଏସ୍‌ଏସ୍‌ ଆଲାହାବାଦ ଏବଂ ଛତିଶଗଡ଼ ଫରେଷ୍ଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫରେଷ୍ଟ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ଆରମ୍ଭ କରି ୩୨.୩ ଓଭରରେ ସମସ୍ତ ୱିକେଟ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲେ । ଫରେଷ୍ଟ କ୍ଲବ ଦଳ ତରଫରୁ ଶଶାଙ୍କ ଚନ୍ଦ୍ରକାର ୩୨ ବଲରୁ ୬୨ ରନ କରିଥିଲେ । ଆଲାହାବାଦ ଦଳ ୨୧୫ ରନର ଲକ୍ଷ୍ୟ ନେଇ ମାତ୍ର ୨୨.୨ ଓଭରରେ ୮୨ ରନ କରି ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିଲେ। ୧୩୨ ରନରେ ବିଜୟୀ ହୋଇ ଫରେଷ୍ଟ ଦଳ ଚମ୍ପିୟାନ ହୋଇଥିଲେ । ଆଜି ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭଟଲି ବିଧାୟକ ସୁଶାନ୍ତ ସିଂ ଓ ସମ୍ମାନିତ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ଚାମ୍ପିୟନ ଦଳକୁ ଷାଠିଏ ହଜାର ଟଙ୍କାର ଚେକ ଓ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ଉପ ବିଜେତା ରନର୍ସ ଅଫ୍ ଦଳକୁ ଚାଲିଶ ହଜାର ଟଙ୍କା ଚେକ୍ ଓ ଟ୍ରଫି ପ୍ରଦାନ କରିଥିଲେ । ମେନ୍ ଅଫ୍ ଦି ମ୍ୟାଚ ଓ ମେନ୍ ଅଫ ସିରିଜ ଭବରେ ଫରେଷ୍ଟ ଦଳର ଶଶାଙ୍କ ଚନ୍ଦ୍ରକାରଙ୍କୁ ପୁରସ୍କୃତ କରାଯାଇଥିଲା । ବେଷ୍ଟ ବୋଲର ଭାବରେ ବିଶାଳ ସୁସ୍ଲିଂଙ୍କୁ ପୁରସ୍କୃତ କରାଯାଇଥିଲା । ବୋଡାସମ୍ବର ସ୍ପୋଟିଂର ସମ୍ପାଦକ ଭରତ ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥଲେ । ଆଜିର ମ୍ୟାଚକୁ ଅମ୍ପାୟାର ବଳରାମ ପଟ୍ଟନାୟକ ଓ ଅମିୟ ଭୂଷଣ ସାହୁ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ଅମରେଶ ବେହେରା ଓ ରିଙ୍କୁ ସିଂହ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ପୋଟିଂ କ୍ଲବର ପ୍ରଶାନ୍ତ ମହାନ୍ତି, ସୁନିଲ ସାହୁ, ଚିନ୍ମୟ ପାଣିଗ୍ରାହୀ, କପିଲ ଅଗ୍ରୱାଲ, ବିକାଶ କୁମାର ପରିଚାଳନା ରେ ସହଯୋଗ କରିଥିଲେ ।

Comments are closed.