ଭିଜିଲାନ୍ସ ଜାଲରେ ଖଡ଼ିଆଳ ବିଡିଓ

ନୂଆପଡ଼ା – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଡିଓଙ୍କ ବିରୋଧରେ ଭିଜିଲାନ୍ସ ଚଢ଼ାଉ । ନୂଆପଡ଼ା ଜିଲ୍ଲା ଖଡିଆଳ ବିଡିଓ ନାରାୟଣ ସାହୁଙ୍କ ବିଭିନ୍ନ ଠିକଣାରେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି ।

ବଲାଙ୍ଗୀର ସଦର ପୋଲିସ ଥାନା ବାଟିକା ହୋଟେଲ ପଛପଟେ ଥିବା ନାରାୟଣଙ୍କ ଘର, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁସମେଲ ଗାଁରେ ଥିବା ପୈତୃକ ଘର, ନୂଆପଡ଼ା ଖଡିଆଳ ସ୍ଥିତ ସରକାରୀ କ୍ୱାର୍ଟର, ବଲାଙ୍ଗୀର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ବିଡିଘାଟରେ ଥିବା ଘର ଓ ଖଡ଼ିଆଳ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଥିବା ବିଡ଼ିଓଙ୍କ ପ୍ରକୋଷ୍ଠରେ ଚଢ଼ାଉ ଚାଲିଛି । ଚଢ଼ାଉରେ ୩ ଡିଏସପି, ୧୦ ଇନ୍ସପେକ୍ଟର, ୪ ଏଏସଆଇ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି।

Comments are closed.