ବରଗଡ଼ରେ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ

ବରଗଡ଼: ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଚାଲିଥିବା ସପ୍ତାହବ୍ୟାପୀ ସଡ଼କ ସୁରକ୍ଷା ସପ୍ତାହ ଆଜି ଉଦଯାପନୀ ଉତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଜେନିଥ୍ ସାବୁଆ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ କୃତ୍ତିବାସ ରାଉତ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଏଏସପି ପ୍ରଦ୍ୟୁମ୍ନ ମିଶ୍ର, ଏଇଏମ୍ ସ୍କୁଲ ନିର୍ଦେଶକ ଯଶବୀର ସିଂ, ଟ୍ରାଫିକ ଆଇଆଇସି ସବିତା ସେଠୀ, ଡିଆଇପିଆରଓ କଲ୍ୟାଣୀ ଦାଶ , ଏମଭିଆଇ ସୁଷମା ସାହୁ ସମ୍ମାନିତ ଅତିଥି ଭାବରେ ମଂଚାସୀନ ଥିଲେ । ଏହି ଅବସରରେ ସମସ୍ତେ ସଡ଼କର ନିୟମ ମାନିବା, ହେଲମେଟ ଓ ସିଟ ବେଲ୍ଟ ବ୍ୟବହାର, ଦ୍ରୁତ ଗତିରେ ନଯିବା, ମଦ୍ୟପାନ ଓ ମୋବାଇଲ ଫୋନ ବ୍ୟବହାର ସହିତ ଗାଡି ନ ଚଳାଇବା ଆଦି ବିଭିନ୍ନ ଦିଗ ଉପରେ ଜନସାଧାରଣକୁ ସଚେତନତାର ବାର୍ତ୍ତା ଦେଇଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନକୁ ଗୁଡ଼ ସମରିଟାନ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ନିମିତ୍ତ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସଡ଼କ ସୁରକ୍ଷା ଜୀବନ ରକ୍ଷାର ବାର୍ତ୍ତା ଦେଇ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Comments are closed.