ହକି ବିଶ୍ୱକପରେ ଆଉ ଏକ ରୋମାଞ୍ଚକର ମ୍ୟାଚ, ବେଲଜିୟମ -ଜର୍ମାନୀ ମ୍ୟାଚ ଡ୍ର

ଭୁବନେଶ୍ୱର – ହକି ବିଶ୍ୱକପରେ ଆଜି ଗ୍ରୁପ ‘ବି’ରେ ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ବେଶ ରୋମାଞ୍ଚକର ଥିଲା ଏହି ମ୍ୟାଚ। ଗୋଟିଏ ଗୋଲ ପଛରେ ଥାଇ ବି ଶେଷ ଆଡକୁ ଗୋଲ ଦେଇ ମ୍ୟାଚକୁ ଡ୍ର ରଖି ପରାଜୟରୁ ବର୍ତ୍ତିଛି ବେଲଜିୟମ । ମ୍ୟାଚର ପ୍ରଥମ ଗୋଲ ବେଲଜିୟମ ସ୍କୋର କରିଥିଲା । ମ୍ୟାଚର ଦଶମ ମିନିଟରେ ସେଡ୍ରିକ ସାର୍ଲିୟର ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ ମଧ୍ୟ ୨୩ ତମ ମିନିଟରେ ଜର୍ମାନୀର ନିକଲାସ ୱଲନ ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ନେଇ ଆସିଥିଲେ। ଏହାପରେ ୫୩ ତମ ମିନିଟରେ ଜର୍ମାନୀର ଟମ୍ ଗ୍ରାମବସ୍କ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ । ହେଲେ ଭିକ୍ଟର ୱଗନଜଙ୍କ ୫୫ ତମ ମିନିଟରେ ଗୋଲ ଫଳରେ ବେଲଜିୟମ ମ୍ୟାଚ ଡ୍ର ରଖବାରେ ସମର୍ଥ ହୋଇଥିଲା ।

Comments are closed.