ସମ୍ବଲପୁରରୁ ବାହାରିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ

ସମ୍ବଲପୁର: ଦୁଇ ବର୍ଷର ବ୍ୟବଧାନ ପରେ ଆଜି ସମ୍ବଲପୁରରୁ ବାହାରିଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ। ପଶ୍ଚିମ ଓଡିଶାର ୧୦ ଜିଲ୍ଲାର ୯୭୪ ଜଣ ତୀର୍ଥଯାତ୍ରୀ ଆଜି ଏହି ଯାତ୍ରା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଏହି ଟ୍ରେନର ଶୁଭାରମ୍ଭ କରିଥିବା ବେଳେ ସମ୍ବଲପୁର ଷ୍ଟେସନରେ ଜିଲ୍ଲାପାଳ ଅନନ୍ୟା ଦାସ,
ମନ୍ତ୍ରୀ ରୋହିତ ପୂଜାରୀ, ମନ୍ତ୍ରୀ ଟୁକୁନି ସାହୁ, ରଜନୀକାନ୍ତ ସିଂହ, ବିଧାୟକ ନାଉରୀ ନାଏକ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ଏହି ଟ୍ରେନ ୫ ଦିନ ବ୍ୟାପି ଆଗ୍ରା, ମଥୁରା, ଦିଲ୍ଲୀ ଆଦି ସ୍ଥାନ ବୁଲି ୨୨ ତାରିଖ ଫେରିବ। ଦୀର୍ଘ ୨ ବର୍ଷ ପରେ ଏହି ତୀର୍ଥ ଦର୍ଶନର ସୁଯୋଗ ପାଇଥିବାରୁ ବରିଷ୍ଠ ନାଗରିକ ମାନେ ବିଶେଷ ଖୁସି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଇଛନ୍ତି।

Comments are closed.