ବ୍ରହ୍ମପୁର: ପାଣି ପାଇପ୍ ମିଟର ଚୋରି ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଅଳ୍ପ କିଛି ଦିନ ମଧ୍ୟରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ୨୮ଟି ପାଣି ପାଇପ୍ ମିଟର ଚୋରି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ କାବୁ କରିଛି। ଗିରଫ ଜଣକ ହେଲା ଟାଉନ୍ ଥାନା ଅନ୍ତର୍ଗତ ମୋଚି ସାହିର ଏ.ଶିବା। ସେ ଦାସିରି ସାହି, ମୁକ୍ତିପଥ ସାହି, ଜୁରିଆ ଚାଉଳ କଳ ରୋଡ୍ ଆଦି ଅଞ୍ଚଳରୁ ପାଇପ୍ ମିଟର ଚୋରି କରିଥିଲା। ତେବେ ସେସବୁକୁ ଏକ ଜରି ବସ୍ତାରେ ଭର୍ତ୍ତି କରି ବିକ୍ରୀ ଉଦ୍ଦେଶ୍ୟରେ ନେଉଥିବା ବେଳେ ପୋଲିସ ତାକୁ ଗେଟବଜାର ଠାରେ କାବୁ କରି ନେଇଥିଲା। ଟାଉନ୍ ଥାନା କେସ୍ ନମ୍ବର ୧୧/୨୦୨୩ରେ ଅଭିଯୁକ୍ତ ଶିବାକୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ସହରରେ ପାଣି ପାଇପ୍ ମିଟର ଚୋରି ଘଟଣା ଲୋକଙ୍କୁ ବିସ୍ମିତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସ କାବୁ କରିବା ଲୋକଙ୍କୁ ଆଶ୍ବସ୍ତ କରିଛି।

Comments are closed.