ସ୍ପେନକୁ ହରାଇଲା ଇଂଲଣ୍ଡ, ସିଧାସଳଖ କ୍ୱାର୍ଟର ଖେଳିବା ପାଇଁ ଭାରତ ଲାଗି କଠିନ ସ୍ଥିତି 

ଭୁବନେଶ୍ୱର – ବିଶ୍ୱକପ ହକିରେ ଆଜି ଖେଳାଯାଇଥିବା ଗ୍ରୁପ ‘ଡି’ ମ୍ୟାଚରେ ଇଂଲଣ୍ଡ, ସ୍ପେନକୁ ୪-୦ ଗୋଲରେ ହରାଇଛି । ଏହି ବିଜୟ ସହ ଇଂଲଣ୍ଡ ଏହି ଗ୍ରୁପରୁ ସିଧାସଳଖ ଭାବେ କ୍ୱାର୍ଟର ଫାଇନାଲ ଖେଳିବା ଆଶା ବଜାୟ ରଖିଛି । ଇଂଲଣ୍ଡର ଏହି ବିଜୟ ଭାରତର ପାଇଁ ଅସମ୍ଭବ ନ ହେଲେ ବି କଷ୍ଟକର ପରିସ୍ଥିତି ସୃଷ୍ଟି କରିଛି । ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ହେଲେ ୱେଲସକୁ ୮ଟି ଗୋଲ ଦେବାକୁ ପଡ଼ିବ । ଭାରତ ଏହାଠାରୁ କମ ଗୋଲରେ ଜିତିଲେ ଦ୍ୱିତୀୟ ସ୍ଥାନରେ ରହିବା ସହ କ୍ୱାର୍ଟର ଫାଇନାଲ ପାଇଁ କ୍ରମେ ଓଭର ମ୍ୟାଚ ଖେଳିବାକୁ ପଡିବ । ଏ ଯାଏଁ ଭାରତ ଅପେକ୍ଷା ଇଂଲଣ୍ଡର ଗୋଲ ବ୍ୟବଧାନ ଉନ୍ନତ ରହିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଗ୍ରୁପ ମ୍ୟାଚ ଡ୍ର ରହିଥିଲା ।

Comments are closed.