ଉଲ୍ଲେଖନୀୟ ସେବା ପାଇଁ ବିଭିନ୍ନ ବର୍ଗର ୨୦ ପୋଲିସ କର୍ମଚାରୀଙ୍କୁ ମିଳିବ ରାଜ୍ୟପାଳ ପଦକ

ଭୁବନେଶ୍ୱର – ଉଲ୍ଲେଖନୀୟ ସେବା ପାଇଁ ବିଭିନ୍ନ ଶ୍ରେଣୀରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟପାଳ ପଦକ ପାଇଁ ମନୋନୀତ କରାଯାଇଛି। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୨୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ୨୦୨୨ ପାଇଁ ରାଜ୍ୟପାଳ ପଦକ ପାଇଁ ଚୟନ କରାଯାଇଛି । ରାଜ୍ୟ ସରକାରଙ୍କ ଆଇଜିପି ରବିକାନ୍ତ ଓ ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୈ।ଶଲ କ୍ୟାଟୋଗୋରୀ -୧ ବର୍ଗରେ ରାଜ୍ୟପାଳ ପଦକ ପାଇବେ । ପୁରୀ ଏସପି କନୱର ବିଶାଲ ସିଂହ ଓ ଓଏସଓପି ଷଷ୍ଠ ବାଟାଲିୟନର ବିଜୟ ଚନ୍ଦ୍ର ପ୍ରଧାନ କ୍ୟାଟୋଗୋରୀ -୨ରେ ରାଜ୍ୟପାଳ ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କ୍ୟାଟୋଗରୀ -୩ରେ ଓପିଏସ -୧ ସ୍ପେଶାଲ ବ୍ରାଞ୍ଚ ଅତିରିକ୍ତ ଏସପି, ଅନନ୍ତ ଚରଣ ପତି, କଟକ ଓପିଏସ ଜୋନ -୧ ଏସିପି ଅରୁଣ କୁମାର ସ୍ବାଇଁ ପଦକ ପାଇବେ । ସେହିପରି କ୍ୟାଟୋଗରୀ-୪ରେ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଏସଟିଏଫ ଇନ୍ସପେକ୍ଟର ଆଶିଷ ଚନ୍ଦ୍ର ଜେନା, ଆସ୍କା ପୋଲିସ ଷ୍ଟେସନର ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ ଓ ବୈ।ଦ୍ଧର ପଞ୍ଚମ ଆଇଆର ବାଟାଲିୟନ ଇନ୍ସପେକ୍ଟର ପ୍ରସନ୍ନ କୁମାର ପ୍ରଧାନଙ୍କୁ ରାଜ୍ୟପାଳ ପଦକ ପାଇଁ ଚୟନ କରାଯାଇଛି ।

କ୍ୟାଟୋଗରୀ -୫ରେ କଟକ କ୍ରାଇମବ୍ରାଞ୍ଚ ଏସିଆ ଅଦ୍ଵୈତାନନ୍ଦ ସ୍ୱାଇଁ, ମାଲକାନଗିରି ଓଏସଏପି ଚତୁର୍ଥ ବାଟାଲିୟନନର ଏସଆଇ ଅମିୟ କୁମାର ରାଉତରାୟ, ବାଲେଶ୍ଵର ଭିଜିଲାନ୍ସ ଡିଭିଜନର ଏସିଆ ନମିତା ନାୟକ ରାଜ୍ୟପାଳ ପଦକ ପାଇବେ ।

କ୍ୟାଟୋଗରୀ -୬ରେ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଏଏସଆଇ ରବିନ୍ଦ୍ରନାଥ ସାହୁ, ଭୁବନେଶ୍ଵର ୟୁପିଡି ଏଏସଆଇ ଦୁଷ୍ମନ୍ତ କୁମାର ପରିଡା, ଅନୁଗୁଳ ଆରଓ ହାବିଲଦାର ଦିବ୍ୟରଞ୍ଜନ ତ୍ରିପାଠୀ ପଦକ ପାଇବେ ।

କ୍ୟାଟୋଗରୀ -୭ରେ ଡିଆଇବି ଭଦ୍ରକ କନେଷ୍ଟବଳ ଅମିତ କୁମାର କର , ଗଜପତି ସାଇବର ସେଲ କନେଷ୍ଟବଳ ବିଜୟ କୁମାର , ରାଉରକେଲା ଓଏଏସପି ଚତୁର୍ଥ ବାଟାଲିୟନ ସିପାହୀ ପ୍ରଦୀପ କୁମାର ବେହେରା, ଭୁବନେଶ୍ୱର ବିପିଏସପିଏ କନେଷ୍ଟବଳ ଆଦରମଣି ନାୟକ, ଭିଜିଲାନ୍ସ ବ୍ରହ୍ମପୁର ଡିଭିଜନର କନେଷ୍ଟବଳ କୃଷ୍ଣ ଚନ୍ଦ୍ର ମିଶ୍ର ରାଜ୍ୟପାଳ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Comments are closed.