ମହିଳା ମହାବିଦ୍ୟାଳୟରେ ହକି ମହୋତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ

ସମ୍ବଲପୁର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ହକି ମହାକୁମ୍ଭରେ ଭାରତୀୟ ପକ୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ସମ୍ବଲପୁରର ମହାବିଦ୍ୟାଳୟ ତରଫରୁ ଏକ ବିରାଟ ରାଲିର ଆୟୋଜନ କରାଯାଇଥିଲା। ସକାଳ ୭.୩୦ରେ ଅଧ୍ୟକ୍ଷା ଡ ବରାଳଙ୍କ ନେତୃତ୍ଵରେ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କ ସହିତ ସମସ୍ତ କର୍ମଚାରୀ କଲେଜରୁ ଲକ୍ଷ୍ମୀ ଟକିଜ୍ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଲୋଗାନ ଦେଇ ଭାରତୀୟ ଦଳର କାମନା କରି ରାଲିରେ ଯାଇଥିଲେ। ସନ୍ଧ୍ୟାରେ ୱେଲସ ବିପକ୍ଷ ମେଚକୁ କଲେଜ୍ ପ୍ରେକ୍ଷାଳୟରେ ସମସ୍ତେ ଉପଭୋଗ କରିଥିଲେ।

Comments are closed.