ରାଜ୍ୟରେ ଅଧିକାଂଶ ସ୍ଥାନରେ କୁହୁଡି ପ୍ରଭାବ, ୨୨ ପରେ କମିବ

ଭୁବନେଶ୍ୱର – ରାଜ୍ୟରେ ଏବେ ଆଉ ଶୀତ ନାହିଁ । ବର୍ତ୍ତମାନଳ ଗୁରୁଚାପ ବଳୟ ଯୋଗୁଁଁ ରାଜ୍ୟକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାଦ୍ୱାରା ରାଜ୍ୟରେ ଶୀତ କମିବା ସହ କୁହୁଡ଼ିର ପ୍ରଭାବ ରହୁଛି। ଏଥି ସହିତ ମାସ ଶେଷବେଳକୁ ବର୍ଷାର ମଧ୍ୟ ଆଶଙ୍କା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ୨୭ ଜାନୁଆରୀ ରୁ ୨ ଫେବୃଆରୀ ମଧ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଜିଠାରୁ ସାରା ରାଜ୍ୟରେ ଶୀତ କମିବା ସହ ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଲାଗି ରହିଥିବା କୋହଲା ପାଗରେ ପରିବର୍ତ୍ତନ ଆସିବାକୁ ଥିବା ବେଳେ ୨୨ ତାରିଖ ପରେ କୁହୁଡ଼ିର ମାତ୍ରା ମଧ୍ୟ ହ୍ରାସ ହେବ।

Comments are closed.