ପ୍ରେସମିଟ କରି ହ୍ୟୁମାନ ସାଗରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ପତ୍ନୀ ଶ୍ରେୟା

ପୁରୀ – ଲୋକପ୍ରି ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ଶ୍ରେୟା ଙ୍କ ଅଭିଯୋଗ । ଆଜି ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରେୟା କହିଛନ୍ତି ଯେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି। ସେ ମଦପିଇ ତାଙ୍କୁ ଭୀଷଣ ମାଡ଼ ମାରନ୍ତି। ଅନ୍ୟ ମହିଳାଙ୍କ ସହ ହ୍ୟୁମାନ ସାଗରଙ୍କ ସହ ପରକୀୟା ସଂପର୍କ ଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ତେବେ ଶାଶୁ ତାଙ୍କୁ ନିର୍ଯାତନା ଦେଇନାହାନ୍ତି। ଯାହା ନିର୍ଯାତନା ଦେଇଛନ୍ତି, ତାହା କେବଳ ହ୍ୟୁମାନ ସାଗର ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର କଟକ ମହିଳା ଥାନାରେ ହ୍ୟୁମାନ ଓ ଶ୍ରେୟା ହାଜର ହୋଇଥିଲେ। ପୋଲିସ ଉଭୟ ପତିପତ୍ନୀ, ସେମାନଙ୍କ ପରିବାର ଲୋକ ଓ ଓକିଲଙ୍କୁ ବସାଇ ଆଲୋଚନା କରିଥିଲା। କିନ୍ତୁ, ଉଭୟ ପକ୍ଷ ପରସ୍ପର ବିରୋଧରେ ଟିପ୍ପଣୀ କରିଛନ୍ତି। ପୋଲିସ ସେମାନଙ୍କୁ ଦୁଇଦିନ ସମୟ ଦେଇ ପରସ୍ପର ଭିତରେ ଆଲୋଚନା କରି ବିବାଦର ସମାଧାନ କରିବାକୁ କହିଥିଲା। ଏହା ନ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲା ପୋଲିସ। ତେବେ ଆଜି ପ୍ରେସମିଟରେ ଶ୍ରେୟାଙ୍କ ଅଭିଯୋଗ ପରେ ସମାଧାନ ଆଶା ମଉଳି ଯାଇଛି।

Comments are closed.