ଆଜିଠୁ ଆଉ ଦୁଇଟି ରୁଟରେ ‘ମୋ ବସ’ ଚଳାଚଳ

ଭୁବନେଶ୍ୱର – ଆଜିଠୁ ରାଜଧାନୀରେ ଆଉ ୨ଟି ରୁଟ୍‌‌ରେ ‘ମୋ ବସ୍‌‌’ ଚଳାଚଳ କରିବ । ବରମୁଣ୍ଡା ବସ୍‌‌ଷ୍ଟାଣ୍ଡରୁ ଟାଙ୍ଗୀ ଓ ନନ୍ଦନକାନନ ରୁଟ୍‌‌ରେ ଆଜିଠାରୁ ବସ୍‌‌ ସେବା ଆରମ୍ଭ ହେବ। ରୁଟ୍‌‌ ୪୧ରେ ବରମୁଣ୍ଡା ବସ୍‌‌ଷ୍ଟାଣ୍ଡରୁ ଟାଙ୍ଗୀ ପର୍ଯ୍ୟନ୍ତ ବସ୍‌‌ ଗଡ଼ିବ। ଏହି ରୁଟ୍‌‌ରେ ବସ୍‌‌ ଏନ୍‌‌ଏଚ୍‌‌ ହୋଇ ଲିଙ୍କ ରୋଡ୍‌‌ ଓ ବାଦାମବାଡ଼ି ଦେଇ ବସ୍‌‌ ଟାଙ୍ଗିରେ ପହଞ୍ଚିବ।

ରୁଟ୍‌‌ ୪୨ରେ ବରମୁଣ୍ଡାରୁ ବସ୍‌‌ ବାହାରି ଚନ୍ଦକା ହୋଇ ନନ୍ଦନକାନନ ପର୍ଯ୍ୟନ୍ତ ଯିବ ଟାଙ୍ଗି ଓ ଚନ୍ଦକାକୁ ‘ମୋ ବସ୍‌‌’ ସେବା ସମ୍ପ୍ରସାରଣ କରିବା ଲାଗି ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ସବୁଜ ଓ ନିରନ୍ତର ଗମନାଗମନ ଉପରେ କ୍ରୁଟ୍‌‌ ପଦକ୍ଷେପ ନେଉଥିବା ବେଳେ ଏବେ ସହରରେ ୩୫ଟି ଇ-ବସ୍‌‌ ଗଡୁଛି। ଯାହା ସହରର ବିଭିନ୍ନ ରୁଟ୍‌‌ରେ ଚଳାଚଳ କରୁଛି। ଘଟଣା ସମ୍ପର୍କରେ ସୂଚନା ଦେଇ କ୍ରୁଟ୍‌‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ଏହି ରୁଟ୍‌‌ରେ ‘ମୋ ବସ୍‌‌’ ଚଳାଚଳର ଶୁଭାରମ୍ଭ କରିବା ଲାଗି ବହୁ ସଂଖ୍ୟକ ଅନୁରୋଧ ରହିଥିଲା। ଯାତ୍ରୀଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଏହି ନୂଆ ରୁଟ୍‌‌ ଆରମ୍ଭ ହୋଇଛି।

Comments are closed.