ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର

ବଲାଙ୍ଗୀର: ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ସଇଁତଳା ଥାନା ଦେଢ଼େଳ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଛି । ମୃତଦେହଟି ଠୁଁନିକାନି ଗାଁର ରସିକ ରଣାଙ୍କ ସ୍ତ୍ରୀ ରତ୍ନୀ ରଣା ବୋଲି ଜଣାପଡିଛି ।

ତେବେ ମହିଳାଙ୍କୁ କାହିଁକି ଓ କେଉଁ କାରଣରୁ ଏଭଳି ନିର୍ମମ ଭାବେ ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସଇଁତଳା ପୋଲିସ ଓ ଟିଟିଲାଗଡ଼ ଏସଡିପିଓ ପହଞ୍ଚି ତଦନ ଆରମ୍ଭ କରିଛନ୍ତି ।

Comments are closed.