ଦୁର୍ଦ୍ଦାନ୍ତ ମାଓବାଦୀ ଖିଲୋ ରଞ୍ଜୁ ଓରଫ ଚାଣ୍ଟିକୁ ଧରିଲା ଏନଆଇଏ

କୋରାପୁଟ – ତିନି ଲକ୍ଷ ଟଙ୍କା ପୁରସ୍କାର ଥିବା ମାଓବାଦୀ ଖିଲୋ ରଞ୍ଜୁ ଓରଫ ଚାଣ୍ଟିକୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା -ଏନ ଆଇଏ । ଓଡିଶା ପୋଲିସ ସହାୟତାରେ ଏନ୍ଆଇଏ ଖିଲୋକୁ ଧରିଛି । ୨୦୧୨ରେ ଚାରିଜଣ ବିଏସଏଫ ଯବାନଙ୍କ ହତ୍ୟା ମାମଲାରେ ସେ ଅଭିଯୁକ୍ତ ଅଛି ।

ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖରେ ମୋଷ୍ଟ ୱାଣ୍ଟେଡ ଚାରି ମାଓବାଦୀଙ୍କ ନାମରେ ପୋଷ୍ଟର ମାରିଥିଲା ଏନଆଇଏ । ସେମାନଙ୍କ ବାବଦରେ ସୂଚନା ଦେବାକୁ ଅର୍ଥ ପୁରସ୍କାର ବି ଘୋଷଣା କରାଯାଇଥିଲା। କୋରାପୁଟ ସହରର ବିଭିନ୍ନ ସ୍ଥାନରେ ଚାରି ମାଓବାଦୀଙ୍କ ନାମରେ ଲାଗିଥିଲା ପୋଷ୍ଟର। ଦ୍ବାରା ମୋଷ୍ଟ ୱ୍ବାଣ୍ଟେଡ ଥିବା ପୋଷ୍ଟରରେ ଉଲ୍ଲେଖ ରହିଥିଲା । ଚାରି ଜଣ ଜଣଙ୍କ ମଧ୍ୟରୁ ଜଣେମାତ୍ର ଓଡିଶାର। ଖିଲ ରଞ୍ଜୁ ଓରଫ ଚାଣ୍ଟି ନାମରେ ୩ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ଖିଲ ରଞ୍ଜୁର ଘର ମାଲକାନଗିରି ଜିଲ୍ଲାର ପେପରମେଟଲା ବୋଲି ଏନଆଇଏ ପୋଷ୍ଟରରେ ଉଲ୍ଲେଖ ରହିଥିଲା।

Comments are closed.