ଫ୍ରେଣ୍ଡସ ଏ ହୋପ୍ ପକ୍ଷରୁ ମାଗଣା କିଡନୀ, ମଧୁମେହ ପରୀକ୍ଷା ଶିବିର

ବରଗଡ଼: ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବରଗଡ ଜିଲ୍ଲା ବରପାଲି ବ୍ଲକର ସ୍ବେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ ଏ ହୋପ୍ କର୍ମକର୍ତ୍ତାଙ୍କ ପକ୍ଷରୁ ବାଗବାଡି ନେତାଜୀ ସୁଭାଷ ଚନ୍ଦ୍ର ବୋଷ କ୍ଳବ ଠାରେ ରାଜ୍ ପୋଲି କ୍ଲିନିକ ବରଗଡ଼ ଓ ମିଡ଼ିଆ କ୍ଳବର ମିଳିତ ସହାୟତାରେ ମାଗଣା କିଡନୀ ଓ ମଧୁମେହ ରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି ।

ପ୍ରଥମେ ସଂଗଠନର କର୍ମକର୍ତ୍ତା ମାନେ ପତାକା ଉତ୍ତୋଳନ କରିବା ସହ ଦେଶର ବୀର ଯବାନଙ୍କ ସ୍ମରଣ କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହା ପରେ ବାଗବାଡି ସରପଞ୍ଚ ସୁଷମା ଭୋଇ ଏବଂ ସମିତି ସଭ୍ୟ ଗୋବିନ୍ଦ ସାହୁ ଆନୁଷ୍ଠାନିକ ଭାବେ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଶିବିରରେ ୪୬ ଜଣ ପୁରୁଷ ଓ ୮ଜଣ ରୋଗୀ ପରୀକ୍ଷା ରହିଥିବା ବେଳେ କିଡନୀ ରୋଗ ପରୀକ୍ଷା ପାଇଁ ୧୪ଜଣ ଓ ମଧୁମେହ ପାଇଁ ୧୭ଜଣ ପରୀକ୍ଷା କରିଥିଲେ । ରାଜ୍ ପୋଲି କ୍ଲିନିକରୁ ରାଜ୍ କିଶୋର ପାଣିଗ୍ରାହୀ, ସରୋଜ ପାତ୍ର, ସରୋଜ ସାହୁ ରକ୍ତ ନମୂନା ସଂଗ୍ରହ କରିଥିବା ବେଳେ ଫ୍ରେଣ୍ଡସ ଏ ହୋପର କର୍ମକର୍ତ୍ତା ଓ ମିଡ଼ିଆ କ୍ଲବର ସମସ୍ତ ସାମ୍ବାଦିକ ସହଯୋଗ କରିଥିଲେ । ଶେଷରେ ସଂଗଠନର ପ୍ରତିଷ୍ଠାତା ଅମିତ ନାୟକ ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Comments are closed.