ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ 

ପୁରୀ – ପବିତ୍ର ଶ୍ରୀପଞ୍ଚମୀ ଅବସରରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପାରମ୍ପରିକ ରଥକାଠ ଅନୁକୂଳ ହୋଇଛି। ଶ୍ରୀକ୍ଷେତ୍ରରେ ଏହି ପରମ୍ପରା ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଗୋଟି ୧୨ ଫୁଟର ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଛି। ପୁରୋହିତ, ରାଜଗୁରୁ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଉପସ୍ଥିତିରେ ରଥକାଠ ଅନୁକୂଳ ହୋଇଛି ।

ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଜଙ୍ଗଲରୁ ଆସିଥିବା ଗୋଟି ୧୨ ଫୁଟିଆ ୩ଟି ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯାଇଥିଲା। ତିନୋଟି ରଥକାଠ ଉପରେ ପଞ୍ଚାମୃତ ସିଞ୍ଚନ କରାଯାଇଥିଲା। ମାର୍ଚ୍ଚ ୩୦ ତାରିଖ ଶ୍ରୀରାମନବମୀ ଅବସରରେ ରଥକାଠକୁ କଟକସ୍ଥିତ କରତକଳରେ ଚିରଟ କରାଯିବ। ଅକ୍ଷୟ ତୃତୀୟା (୨୦୨୩ ଏପ୍ରିଲ ୨୩) ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

Comments are closed.