ଅଷ୍ଟ୍ରେଲିଆକୁ ସେମିରେ ହରାଇ ହକି ବିଶ୍ୱକପ ଫାଇନାଲରେ ଜର୍ମାନୀ

.ଭୁବନେଶ୍ୱର – ହକି ବିଶ୍ଵକପ ଫାଇନାଲରେ ପ୍ରବେଶ କରିଛି ଦୁଇଥରରର ଚାମ୍ପିଅନ ଜର୍ମାନୀ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଜର୍ମାନୀ, ଅନ୍ୟତମ ଟାଇଟଲ ଦାବିଦାର ତଥା ତିନିଥରର ଚାମ୍ପିଅନ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ପରାସ୍ତ କରିଛି। ବେଶ ରୋମାଞ୍ଚକର ଥିଲା ମ୍ୟାଚ । ଜର୍ମାନୀ ୨-୩ ଗୋଲରେ ପଛରେ ଥିଲେ ମଧ୍ୟ ମ୍ୟାଚର ଶେଷ ଆଡକୁ ଦୁଇଟି ଗୋଲ ଦେଇ ବିଜୟୀ ହୋଇଥିଲା ।

ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨-୦ ଗୋଲରେ ଆଗୁଆ ଥିଲା । କିନ୍ତୁ ମ୍ୟାଚର ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଲଢୁଆ ପ୍ରଦର୍ଶନ କରି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା ଜର୍ମାନୀ। ୪୨ ଓ ୫୧ ତମ ମିନିଟରେ ପେନାଲଟି କର୍ଣ୍ଣାରକୁ ଗୋଲରେ ପରିଣତ କରି ମ୍ୟାଚକୁ ୨-୨ ସ୍ତରକୁ ନେଇ ଆସିଥିଲେ ଜର୍ମାନୀର ପିଲେଟ ଗଞ୍ଜାଲୋ । ହେଲେ ୫୭ତମ ମିନିଟରେ ପେନାଲଟି କର୍ଣ୍ଣାରରୁ ସ୍କୋର କରି ଅଷ୍ଟ୍ରେଲିଆକୁ ପୁଣି ଆଗୁଆ କରିଥିଲେ ବ୍ଲେକ ଗୋଭର୍ସ । କିନ୍ତୁ ମ୍ୟାଚର ୫୮ ଓ ୫୯ତମ ମିନିଟରେ ଜର୍ମାନୀ ଗୋଲ ଦେଇ ୪-୩ରେ ବିଜୟୀ ହେବା ସହ ଫାଇନାଲରେ ପ୍ରବେଶ କରିଥିଲା । ଜର୍ମାନୀର ଗଞ୍ଜାଲୋ ପେନାଲଟି କର୍ଣ୍ଣରରୁ ଆଉ ଏକ ଗୋଲ ସ୍କୋର କରି ହ୍ୟାଟ୍ରିକ ହାସଲ ସହ ମ୍ୟାଚକୁ ୩-୩ ସ୍ତରକୁ ନେଇ ଆସିଥିଲେ। ନିକଲାସ ୱଲେନ ୫୯ତମ ମିନିଟରେ ବିଜୟ ସୂଚକ ଗୋଲ ଦେଇଥିଲେ।

Comments are closed.