ସଂସଦର ବଜେଟ ଅଧିବେଶନ ପୂର୍ବରୁ ଆଜି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ବର – ସଂସଦର ଆସନ୍ତା ବଜେଟ ଅଧିବେଶନରେ ଏଜେଣ୍ଡା ପ୍ରସ୍ତୁତ ପାଇଁ ଆଜି ବିଜେଡି ସଂସଦୀୟ ଦଳର ବୈଠକ ବସିବ । ନବୀନ ନିବାସରେ ଦିନ ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସଂସଦ ଅଧିବେଶନ କାଳରେ ଗୃହରେ ଦଳ କେଉଁ ପ୍ରସଙ୍ଗ ଉଠାଇବ, ସେ ନେଇ ବୈଠକରେ ଆଲୋଚନା ହେବ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି, ଆବାସ ଯୋଜନାରେ ରାଜ୍ୟର ବଳକା ହିତାଧିକାରୀଙ୍କୁ ଗୃହ ଯୋଗାଣ, ୧୬୯ ଜନଜାତିଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା, ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ସ୍ବତନ୍ତ୍ର ସହାୟତା ଦାବି ଓ ଚାଷୀ ଓ ଚାଷ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଦଳୀୟ ସାଂସଦମାନେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି । ଏଥର ବଜେଟ ଅଧିବେଶନରେ ମଧ୍ୟ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ସହ ଜଡିତ ପ୍ରସଙ୍ଗ ଗୁଡିକୁ କିଭଳି ବଳିଷ୍ଠ ଭାବେ ଉପସ୍ଥାପନ କରାଯାଇପାରିବ, ସେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦଙ୍କୁ ଦିଗଦର୍ଶନ ଦେବେ ।

Comments are closed.