ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳିମାଡ଼

ଝାରସୁଗୁଡା, ୨୯।୧ : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ ହୋଇଛି। ଗୁଳିମାଡ଼ ଘଟଣାଟି ବ୍ରଜରାଜନଗର ଗାନ୍ଧି ଛକରେ ଘଟିଛି । ତେବେ ଗୁଳିଟି ନବଙ୍କ ଛାତିରେ ମାଡ଼ ହେଇଛି । ଯାହା ଫଳରେ ସେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଉଛି ।

ସୂଚନା ଥାଉକି ବିଜେଡି କାର୍ଯ୍ୟାଳୟର ଉଦାଘାଟନ ପାଇଁ ଯାଉଥିବା ସମୟରେ ଏହି ଗୁଳିମାଡ ହୋଇଛି ।

ଏନେଇ ବ୍ରଜରାଜନଗର ଏସଡିପିଓ କହିଛନ୍ତି ଯେ ଗାନ୍ଧୀଛକ ଫାଣ୍ଡିରେ ପୁଲିସ କର୍ମୀ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ପୁଲିସ କର୍ମୀଙ୍କୁ କାବୁ କରାଯାଇଛି। ତାଙ୍କୁ ରିଭଲଭର ଇସ୍ୟୁ ହୋଇଥିଲା। ହେଲେ କେଉଁ କାରଣରୁ ସେ ଗୁଳି ଚାଳନା କରିଛନ୍ତି, ତାହା ଜଣାପଡ଼ିନାହିଁ।

Comments are closed.