ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼, ପୋଲିସ କର୍ମଚାରୀ ଚଳାଇଥିଲେ ଗୁଳି

ବ୍ରଜରାଜନଗର – ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ କରାଯାଇଥିବା ଖବର ମିଳିଛି। ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସଙ୍କୁ ଗୁଳିମାଡ଼ ହୋଇଛି ।ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି । ତାଙ୍କ ଦେହରେ ଗୁଳି ବାଜିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଜଣେ ପୋଲିସ କର୍ମଚାରୀ ମନ୍ତ୍ରୀଙ୍କୁ ଗୁଳିମାଡ଼ କରିଥିବା ଜଣାପଡିଛି। ତାଙ୍କ ନାଁ ଗୋପାଳ ଦାସ ‌ବୋଲି ଏସଡିପିଓ କହିଛନ୍ତି। ତାଙ୍କୁ କାବୁ କରାଯାଇ ପଚରାଉଚରା କରାଯାଉଛି । ସେ କାହିଁକି ଗୁଳିମାଡ଼ କଲା, ତାହା ସ୍ପଷ୍ଟ ହୋଇନାହିଁ।

Comments are closed.