ବଡ ସୂଚନା ଦେଲେ ଏଏସଆଇଙ୍କ ପତ୍ନୀ, ମୋ ସ୍ୱାମୀଙ୍କ ଦେହ ଭଲ ନଥିଲା

ଝାରସୁଗୁଡା: ପୋଲିସ ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସଙ୍କ ଟିଭିରେ ମନ୍ତ୍ରୀ ନବ ଦାସଙ୍କୁ ତାଙ୍କ ସ୍ୱାମୀ ଗୁଳିମାଡ଼ ଘଟଣା କରିବା ଜାଣିବା ପରେ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ କହିବା ମୁତାବକ, ତାଙ୍କ ସ୍ୱାମୀଙ୍କ ମାନସିକ ଅବସ୍ଥା ଭଲ ନଥିଲା । ବହୁ ବର୍ଷ ଧରି ତାଙ୍କର ଚିକିତ୍ସା ଚାଲିଥିଲା ବୋଲି ସେ ସୂଚନା ଦେଇଛନ୍ତି ।

ତେବେ ଏହି ଘଟଣା ଘଟିବା ପରେ ସେ ଏ ବିଷୟରେ ସେ କିଛି ବି ଜାଣିନଥିବା କହିଛନ୍ତି । ଗଲା ୧୨ରୁ ୧୩ ବର୍ଷ ହେଲା ସେ ଝାରସୁଗୁଡାରେ କାମ କରୁଥିଲେ । ତେବେ ଏହି ଘଟଣା ଘଟିବା ପୂର୍ବରୁ ସେ ଝିଅ ସହିତ କଥା ହେବା ଓ ହଠାତ୍ କିଛି କାମ ଥିବା ଦର୍ଶାଇ ଫୋନ୍ କାଟି ଦେଇଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି ।

Comments are closed.