ସହିଦ ଦିବସରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ହେଉଛି ସହିଦ ଦିବସ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମହାପ୍ରୟାଣ ଦିବସ । ଏହି ଅବସରରେ ସତ୍ୟ ଓ ଅହିଂସାର ପୂଜାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅହିଂସାର ପୂଜାରୀଙ୍କ ଅମର ଆଦର୍ଶ ବାଣୀ ସବୁ ବର୍ଣ୍ଣ, ଧର୍ମକୁ ପ୍ରଭାବିତ କରିଛି , ଯାହା କି ଆମକୁ ସଦାସର୍ବଦା ଦିଗଦର୍ଶନ ଦେଉଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.