ନବ ଦାସ ହତ୍ୟା ମାମଲା : ବିରୋଧୀଙ୍କ ଅଭିଯୋଗର ପ୍ରତିକ୍ରିୟା ରଖିଲା ବିଜେଡି

ଭୁବନେଶ୍ୱର – ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ ବିରୋଧୀ ଦଳଙ୍କ ଅଭିଯୋଗର ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ବିରୋଧୀ ଦଳ କେଉଁଥିରେ ବି ସନ୍ତୁଷ୍ଟ ନୁହଁନ୍ତି। ପୋଲିସର ତଦନ୍ତ କଲେ କୁହାଯିବ ଠିକ ହେଲାନି ।

କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଲେ ବି ପ୍ରଶ୍ନ ଉଠିବ । ତେବେ କ’ଣ କରାଯିବ ବିରୋଧୀ ଦଳ ହିଁ କୁହନ୍ତୁ ବୋଲି ଦେବୀ ମିଶ୍ର କହିଛନ୍ତି। ତଦନ୍ତର ଫଳାଫଳକୁ ବିରୋଧୀ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି। ଯଦି ସେମାନେ କିଛି ଫ୍ୟାକ୍ଟ ଜାଣିଛନ୍ତି , ତାହା ହେଲେ କୁହନ୍ତୁ।

ଅଭିଯୋଗ କରିବା ଆଳରେ ଅଭିଯୋଗ କରନ୍ତୁ ନାହିଁ ବୋଲି ବିଜେଡି ଉପସଭାପତି କହିଛନ୍ତି।

ଏଭଳି ଘଟଣାକୁ ମୁଖ୍ୟମନ୍ତ୍ରୀ ନିନ୍ଦା କରିଛନ୍ତି । ଏହା ଏକ ଜଘନ୍ୟ ଚିନ୍ତାଧାରା । ସରକାର ତାଙ୍କ କାମ କରୁଛନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି।

Comments are closed.