ଓଡ଼ିଶାକୁ କ’ଣ ଦେବେ ନିର୍ମଳା ?

ନୂଆଦିଲ୍ଲୀ – ଆଜି ସଂସଦରେ ଆଗତ ହେବାକୁ ଥିବା ବଜେଟରେ ଓଡ଼ିଶାକୁ କ’ଣ ମିଳିବ, ସେ ନେଇ ସମସ୍ତଙ୍କର ନଜର ରହିବ । ଗତ ବଜେଟ୍‌ରେ କୃଷି ଓ କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଏବଂ ମହିଳା ଓ ଶିଶୁ ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ବ୍ୟୟ ବରାଦ ହ୍ରାସ ପାଇଥିଲା, ଯାହା ଦ୍ୱାରା କି ଓଡ଼ିଶା ପ୍ରଭାବିତ ହୋଇଥିଲା । ଏଥର ବିଭିନ୍ନ ସାମାଜିକ କ୍ଷେତ୍ର ଓ ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ର ସରକାର ବ୍ୟୟବରାଦ ବୃଦ୍ଧି କରିବା ଆଶା ଥିବାରୁ ଓଡ଼ିଶାକୁ ବି ଫାଇଦା ମିଳିପାରେ।

ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଦାବି ଅନୁସାରେ କ’ଣ ମିଳିବ, ତାହା ବଜେଟ ଉପସ୍ଥାପନ ପରେ ସ୍ପଷ୍ଟ ହୋଇଯିବ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୮,୪୦୦ ‌କୋଟି ଟଙ୍କା ବ୍ୟୟବରାଦ ପାଇଁ ପ୍ରସ୍ତାବ ଦିଆଯାଇଛି।

Comments are closed.