ଏଏସଆଇ ଗୋପାଳଙ୍କୁ ଚାରିଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡ

ଝାରସୁଗୁଡ଼ା – ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ବହିଷ୍କୃତ ଏଏସଆଇ ଗୋପାଳ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି କୋର୍ଟ । ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏଜେନସୀ ।
ସେପଟେ ବଡମାଳ ଥାନାରେ ନବକିଶୋର ଦାସଙ୍କ ଗୁଳିବିଦ୍ଧ କାରକୁ ଯାଞ୍ଚ କରାଯାଉଛି । ଫରେନସିକ୍ ଟିମ୍ ସହ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି।

Comments are closed.