ଭିଜିଲାନ୍ସ ଜାଲରେ ସିନିୟର ଲ୍ୟାବ୍ ଟେକ୍ନିସିଆନ, ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ସୁବର୍ଣ୍ଣପୁର : ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରର ସିନିୟର ଲ୍ୟାବ୍‌ ଟେକ୍ନିସିଆନ । ଲ୍ୟାବ୍‌ ଟେକ୍ନିସିଆନ ଅକ୍ଷୟ କୁମାର ପଟ୍ଟନାୟକ ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୋନପୁର ବଲାଙ୍ଗିର ଭିଜିଲାନ୍ସ ଟିମ୍ ଦ୍ଵାରା ଧରାପଡ଼ିଛନ୍ତି । ସୂଚନାନୁଯାୟୀ , ଅକ୍ଷୟ କୁମାର ପଟ୍ଟନାୟକ ସୂର୍ଯ୍ୟମୁଣ୍ଡା ଗାଁର ମୁକୁନ୍ଦ ସାହୁଙ୍କ ଠାରୁ ରକ୍ତ ପରୀକ୍ଷା ପାଇଁ ଲାଞ୍ଚ ମାଗିଥିଲେ । ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ଧରାପଡିଛନ୍ତି । ଆଜି ସକାଳୁ ଅକ୍ଷୟ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ଟିମ୍ ଗିରଫ କରିଛି । ଅକ୍ଷୟ ବିଭିନ୍ନ ସମୟରେ ସାଧାରଣ ରୋଗୀଙ୍କ ଠାରୁ ରକ୍ତ ପରୀକ୍ଷା ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ଥିବା ବେଳେ ଆଜି ସେ ଧରାପାଡିଛିନ୍ତି ।

Comments are closed.