ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏଲଟି 

ତରଭା – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଲ‌ାବ୍ରୋଟରୀ ଟେକନିସିଆନ୍ -ଏଲଟି ଅକ୍ଷୟ କୁମାର ପଟ୍ଟନାୟକ। ଆଜି ସକାଳେ ଅକ୍ଷୟ ଜଣେ ରୋଗୀଙ୍କ ସଂପର୍କୀୟଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।

ମିଳିଥିବା ସୂଚନା ଅନୁସାରେ ,ତରଭା ବ୍ଲକ ଅନ୍ତର୍ଗତ ସୂର୍ଯ୍ୟମୁଣ୍ଡା ଗାଁର ମୁକୁନ୍ଦ ସାହୁଙ୍କଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଲଟି ଅକ୍ଷୟ କୁମାର ୯ ହଜାର ଟଙ୍କା ଲାଞ୍ଚ ନେଇ ନିଜ ଡ୍ରରେ ରଖୁଥିବା ବେଳେ ପୂର୍ବରୁ ଜଗିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା।

Comments are closed.