ବାଇକ୍‌ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ

କଣ୍ଟାବାଞ୍ଜି: ଦ୍ବିପ୍ରହରେ ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ୧ଲକ୍ଷ ୪୦ ହଜାର ଟଙ୍କା ଲୁଟି ଲୁଟେରା ଫେରାର । କଣ୍ଟାବାଞ୍ଜି ସହର ଅଧୀନ ବଙ୍ଗୋମୁଣ୍ଡା ଅଞ୍ଚଳରେ ଏପରି ଅପରାଧିକ ଘଟଣା ଦେଖିବାକୁ ମିଳିଛି । ଲୁଟ୍‌ର ଶୀକାର ହୋଇଥିବା ବ୍ୟକ୍ତିଙ୍କ ପରିଚୟ ସନ୍ୟାସୀ ପଟ୍ଟନାୟକ । ସେ କଣ୍ଟାବାଞ୍ଜିର ଏକ ବ୍ୟବସାୟୀଙ୍କ ପାଖରେ କାମ କରନ୍ତି ।

ସୂଚନା ଅନୁସାରେ , ସେ ବୁଧବାର ଟଙ୍କା ସଂଗ୍ରହ କରିବାକୁ ବଙ୍ଗୋମୁଣ୍ଡା ଆସିଥିଲେ । ସେଠାରେ ଜଗନ୍ନାଥ ମନ୍ଦିର ପାଖରେ ଥିବା ଏକ ଦୋକାନକୁ ଯାଉଥିଲେ । ଏହି ସମୟରେ ତାଙ୍କୁ ପିଛା କରୁଥିବା ଅଭିଯୁକ୍ତମାନେ ଟଙ୍କା ବ୍ୟାଗକୁ ଗାଡ଼ିରୁ ଡ଼ିକିରୁ ନେଇ ଫେରାର ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଧରିବାକୁ ଚେଷ୍ଟାକରି ମଧ୍ୟ ବିଫଳ ହୋଇଥିଲେ । ଏନେଇ ସନ୍ୟାସୀ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପାଇ ପୋଲିସ ଏହାର ଛାନଭିନ୍ ଆରମ୍ଭ କରିଛି ।

Comments are closed.