ଶାକ୍ତ ପରମ୍ପରାରେ ବୈଚିତ୍ର ମା’ ଶାରଳାଙ୍କ ଜଗନ୍ନାଥ ବେଶ 

ଶାକ୍ତ ପରମ୍ପରାରେ ବୈଚିତ୍ରମୟ ଦେବୀ ହେଉଛନ୍ତି ମା’ ଶାରଳା। ଅନେକ ବେଶ ମଧ୍ୟରୁ ପ୍ରତି ମାସରେ ଏହି ଦେବୀଙ୍କ ହୋଇଥାଏ ଜଗନ୍ନାଥ ବେଶ ହୁଏ !

ଝଙ୍କଡ଼ ବାସିନୀ ମା ଶାରଳା ଙ୍କ ପ୍ରତି ଏକାଦଶୀ ରେ ହୋଇଥାଏ ଜଗନ୍ନାଥ ବେଶ l କେଡେ ସୁନ୍ଦର ପରମ୍ପରା ଯାହା ଶକ୍ତି ଏବଂ ବ୍ରହ୍ମ ମଧ୍ୟେ ଅଭେଦ ଦର୍ଶନ କରାଇଦିଏ l ଦେବୀ ଶାରଳା ତ୍ରିଗୁଣାତୀତା ଏବଂ ପରଂବ୍ରହ୍ମ ବ୍ରହ୍ମ ଙ୍କର ମାୟା ଶକ୍ତି ଏହାଙ୍କ ଜଗନ୍ନାଥ ବେଶ ପ୍ରକୃତି ପୁରୁଷ ଅଭେଦ ତରତ୍ବ କୁ ପ୍ରମାଣିତ କରେ l ସାକ୍ଷାତ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କ ଆଜ୍ଞାମାଳ (କର ପଲ୍ଲବାଦି ) ଭଗବତୀ ଙ୍କ କିରିଟ ଉପରି ଭାଗ ପ୍ରଭା ରେ ଲାଗି ହୋଇଥାଏ l ସେହି ପ୍ରଭା ରେ ପ୍ରତୀକାତ୍ମକ ଶ୍ରୀଜଗନ୍ନାଥ ଙ୍କ ରୌପ୍ୟ ଖଚିତ ଚିତ୍ର ମହାପ୍ରଭୁ ଙ୍କ ସଂକେତ ବହନ କରେ ତଥା ଭଗବତୀ ଏକାଦଶୀ ର ପବିତ୍ର ଅବସରରେ ବ୍ରହ୍ମ ଶକ୍ତି ବା ବିଷ୍ଣୁ ମାୟା ରୂପେ ମହାପ୍ରସାଦ ଘେନା କରନ୍ତି l ଏହା ହିଁ ଶ୍ରୀ ଶାରଳା ଠାକୁରାଣୀ ଙ୍କର ଶ୍ରୀଜଗନ୍ନାଥ ବେଶ ରହସ୍ୟ l

ଝଙ୍କଡ଼ ବାସିନୀ ମା ଶାରଳା ହେଉଛନ୍ତି ପରମ ବୈଷ୍ଣବୀ। ବିଷ୍ଣୁଅଂଶ ସମ୍ଭୁତା। ଯାହାଙ୍କ ପ୍ରସାଦରେ ଉଭୟ ବିଲ୍ଵ ଓ ତୁଳସୀ ପତ୍ର ବ୍ୟବହାର କରାଯାଏ। ଶାରଦୀୟ ଦୁର୍ଗାପୂଜା ସମୟରେ ଦେବୀଙ୍କ ଷୋଳ ପୂଜା ସମୟରେ ସମ୍ପୂର୍ଣ୍ଣ ଶାକ୍ତ ଓ ବୈଷ୍ଣବୀୟ ରୀତିରେ ତନ୍ତ୍ର ପୂଜା କରାଯାଇଥାଏ। ସବୁଠାରୁ ବଡ଼ କଥା ହେଉଛି ପ୍ରତି ଏକାଦଶୀ ତିଥିରେ ଦେବୀଙ୍କୁ ଶ୍ରୀଜଗନ୍ନାଥ ଜ୍ଞାନରେ ଆରାଧନା କରାଯାଇଥାଏ। ବାସ୍ତବରେ ଏ କ୍ଷେତ୍ର ହେଉଛି ଶାକ୍ତ ଓ ବୈଷ୍ଣବୀୟ ମତର ଏକ ସମ୍ମିଳିତ କ୍ଷେତ୍ର। ଯାହା ଅନ୍ୟ କୌଣସି ଶାକ୍ତ ପୀଠରେ ଦେଖିବାକୁ ମିଳିନଥାଏ।

Comments are closed.