ବାଲେଶ୍ଵର ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ୧୧ ଗିରଫ

ବାଲେଶ୍ୱର – ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିଲାଲ ଚଭନଙ୍କୁ ମାଡ଼ ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା ମଧ୍ୟ ଅଛନ୍ତି। ଚିହ୍ନଟ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଚଳାଉଥିବା ବେଆଇନ ଇଟାଭାଟି ନିକଟରେ ପହଞ୍ଚିଛି ସ୍ୱତନ୍ତ୍ର ଟିମ୍ । ଉପଜିଲ୍ଲାପାଳ, ତହସିଲଦାର, ଆରଆଇଙ୍କ ସହିତ ଅଛନ୍ତି ୨ ପ୍ଲାଟୁନ୍ ଫୋର୍ସ ସାମିଲ ହୋଇଛନ୍ତି । ଗତକାଲି ବାଲି ଚୋରାଚାଲାଣ ଯାଞ୍ଚ ବେଳେ ଦହପଡ଼ା ନିକଟରେ ଉପଜିଲ୍ଲାପାଳଙ୍କ ସମେତ ଡ୍ରାଇଭର ଓ ପିଏସଓଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଥିଲେ ।

Comments are closed.