ପ୍ରସିଦ୍ଧ ଗାୟିକା ବାଣୀ ଜୟରାମଙ୍କ ଦେହାନ୍ତ

ଚେନ୍ନାଇ – ପ୍ରସିଦ୍ଧ ଗାୟିକା ବାଣୀ ଜୟରାମ ଆଉ ନାହାନ୍ତି। ଚେନ୍ନାଇ ସ୍ଥିତ ବାସଭବନରେ ତାଙ୍କ ମୃତଦେହ ଦେଖିବାକୁ ମିଳିଛି। ପୋଲିସ ପକ୍ଷରୁ ତାଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଛି। ତାଙ୍କୁ ୭୫ ବର୍ଷ ହୋଇଥିଲା ।ତେବେ, ବାଣୀ ଜୟରାମଙ୍କ ମୃତ୍ୟୁ କେମିତି ହେଲା ସେ ନେଇ କିଛି ସ୍ପଷ୍ଟ କରିନି ପୋଲିସ । ବାଣୀ ଜୟରାମ ତାମିଲ, ତେଲେଗୁ ଓ ଓଡ଼ିଆ ସମେତ ବିଭିନ୍ନ ଭାଷାର ଚଳଚ୍ଚିତ୍ରର କଣ୍ଠଦାନ କରିଥିଲେ। ସେ ଦକ୍ଷିଣ ଭାରତର ଅନ୍ୟତମ ପ୍ରସିଦ୍ଧ ଗାୟିକା ଏସ . ଜାନକୀଙ୍କ ସମସାମୟିକ । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ବି ସେ କଣ୍ଠଦାନ କରିଛି । କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାଣୀ ଜୟରାମଙ୍କୁ ଏଥର ପଦ୍ମଭୂଷଣ ପାଇଁ ମନୋନୀତ ହୋଇଥିଲେ।

Comments are closed.