ଗ୍ୟାସ ପାଇପଲାଇନ ନିର୍ମାଣ ବେଳେ କମ୍ପ୍ରେସର ଚାପାରେ ୨ ମୃତ, ୩ ଆହତ

ନୟାଗଡ଼ – ଗ୍ୟାସ ପାଇପ ଲାଇନ ନିର୍ମାଣ ବେଳେ ଅଘଟଣ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଗ୍ୟାସ ପାଇପ ନିର୍ମାଣ ବେଳେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଣ ହରାଇଥିବା ଦୁଇ ମୃତକ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି। ଉଭୟଙ୍କ ଘର ମହାରାଷ୍ଟ୍ରର ହୋଇଥିବା ବେଳେ ଆହତମାନଙ୍କ ଘର ଉତ୍ତର ପ୍ରଦେଶର ବୋଲି ଜଣାପଡ଼ିଛି।

ଗେଲ୍ ଇଣ୍ଡିଆ ପକ୍ଷରୁ ସୁନାଲଟି ନିକଟରେ ପାଇପଲାଇନ ନିର୍ମାଣ ଚାଲିଥିବା ବେଳେ ଆଜି କମ୍ପ୍ରେସର ଯୋଗେ ସେଗୁଡିକୁ ସଫା କରାଯାଉଥିଲା। ଅଚାନକ କମ୍ପ୍ରେସର ଚାପାରେ ଦୁଇ ଶ୍ରମିକ ଭିତରେ ଚାପି ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ବାହାରକୁ ଛିଟିକି ପଡ଼ିଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଏକ ଘରୋଇ କମ୍ପାନି ପକ୍ଷରୁ ରାଜ୍ୟ ବାହାରର ଶ୍ରମିକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି।

Comments are closed.