ବ୍ୟବସାୟୀଙ୍କ ଠାରୁ ୬ ଲକ୍ଷ ଝାମ୍ପି ନେଲେ ଦୁର୍ବୃତ୍ତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ରାମପୁର ମେହେର ପଡ଼ା ଛକରେ ଜଣେ ବ୍ୟବସାୟୀଙ୍କ ଠାରୁ ୬ ଲକ୍ଷ ୫ ହଜାର ଟଙ୍କା ଲୁଟ୍ ହୋଇଛି । ଏ ନେଇ ବ୍ୟବସାୟୀ ଜଣକ ପାଟଣାଗଡ ଥାନାରେ ଏତଲା ଦେଇଛନ୍ତି । ଏକ ଆପାଚି ବାଇକ୍ ରେ ଦୁଇ ଜଣ ଦୁର୍ବୃତ୍ତ ଆସି ରାମପୁରର ଜନୈକ ବ୍ୟବସାୟୀଙ୍କ ଠାରୁ ୬ଲକ୍ଷ ୫ ହଜାର ଟଙ୍କା ଝାମ୍ପି ନେଇଥିଲେ । ଅଭିଯୋଗ ପରେ ପୁଲିସ ସହର ସହ ବିଭିନ୍ନ ଛକ ସ୍ଥାନ ଗୁଡିକ ରାସ୍ତା ସିଲ କରି ଯାଞ୍ଚ କରୁଛି ।

Comments are closed.