ଜଗନ୍ନାଥ ଦର୍ଶନ କରି ଫେରୁଥିବା ବେଳେ ମଧ୍ୟପ୍ରଦେଶର ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ

ବରଗଡ଼ – ଜଗନ୍ନାଥ ଦର୍ଶନ କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇଛନ୍ତି ମଧ୍ୟପ୍ରଦେଶ ତୀର୍ଥଯାତ୍ରୀ ।

ବରଗଡ଼ ସୋହେଲାଠାରେ ପର୍ଯ୍ୟଟକ ବସ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ମଧ୍ୟପ୍ରଦେଶର ଜଲଗାଓଁ ଜିଲ୍ଲାର ଅତର ଦେବ ବୋଲି ଜଣା ପଡିଛି । ଆହତ ୧୫ ଜଣଙ୍କୁ ବୁର୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ରାତି ଗୋଟାଏ ବେଳେ ରାସ୍ତାକଡରେ ତୀର୍ଥଯାତ୍ରୀ ବସ୍ ଅଟକିଥିଲା । କିଛି ଯାତ୍ରୀ ବସରୁ ଓହ୍ଲାଇଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ବସକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣକ ମୁତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିଲେ । ବସରେ ମୋଟ ୪୫ ଜଣ ଯାତ୍ରୀ ଥିଲେ ।

Comments are closed.