ଏବେ ଆଦାନୀ ଗ୍ରୁପକୁ ଝଟକା ଦେଲେ ଉତ୍ତର ପ୍ରଦେଶ ସରକାର, ୫,୪୦୦ କୋଟି ଟଙ୍କାର ଟେଣ୍ଡର ବାତିଲ

ଲକ୍ଷ୍ନୌ: ହିଣ୍ଡେନବର୍ଗ ରିପୋର୍ଟ ପରଠୁ ଆଦାନୀ ଗ୍ରୁପକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ଗ୍ରୁପର ବିଭିନ୍ନ କମ୍ପାନୀ ଗୁଡ଼ିକର ସେୟାର ମୂଲ୍ୟ କ୍ରମାଗତ ହ୍ରାସ ପାଉଥିବା ବେଳେ ଏବେ ହାତରୁ ମଧ୍ୟ ପ୍ରୋଜେକ୍ଟ ଖସୁଛି ।

ହିନଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରଠାରୁ ଆଦାନୀ ଗ୍ରୁପ୍‌ର ସେୟାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ଷ୍ଟକ୍ ମାର୍କେଟରେ ଗୌତମ ଆଦାନୀ ଏପର୍ଯ୍ୟନ୍ତ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ତାଙ୍କର ଅଧାରୁ ଅଧିକ ସମ୍ପତ୍ତି ହଠାତ୍ ଉଭାନ ହୋଇଯାଇଛି | ଇତିମଧ୍ୟରେ ଉତ୍ତରପ୍ରଦେଶ ସରକାର ଆଦାନୀଙ୍କୁ ଏକ ଝଟକା ଦେଇଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶ ସରକାରଙ୍କ ଏକ ସଂସ୍ଥା ‘ମଧ୍ୟପ୍ରଦେଶ ବିଦ୍ୟୁତ୍ ବିତରଣ ନିଗମ’ ଆଦାନୀ ଗ୍ରୁପର ପ୍ରାୟ ୫,୪୦୦ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ବାତିଲ କରିଦେଇଛନ୍ତି । ସ୍ମାର୍ଟ ପ୍ରିପେଡ୍ ମିଟର ସ୍ଥାପନ ନେଇ ଏହି ଟେଣ୍ଡର ଆଦାନୀ ଗ୍ରୁପକୁ ମିଳିଥିଲା |

ଟେଣ୍ଡର ଅନୁଯାୟୀ, ଆଦାନୀ ଗ୍ରୁପ୍ ମଧ୍ୟପ୍ରଦେଶରେ ୭୨ ଲକ୍ଷ ସ୍ମାର୍ଟ ମିଟର ଯୋଗାଇବାକୁ ଥିଲା। କିନ୍ତୁ ଟେଣ୍ଡର ହାର ଆନୁମାନିକ ମୂଲ୍ୟଠାରୁ ୪୮ ରୁ ୬୫ ପ୍ରତିଶତ ଅଧିକ ଥିବାରୁ ଏହାକୁ ୟୁପି ସରକାର ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed.