ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳିବାସୀଙ୍କ ଅନେକ ଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ସ। ଉଦଘାଟନୀ ଉତ୍ସବରେ ଭର୍ଚୁଆଲ ଭାବେ ଉପସ୍ଥିତ ରହିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ପ୍ରତି ଘରେ ଆଇନ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ନୂଆ କୋର୍ଟ ଉଦଘାଟନ ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର କହିଛନ୍ତି, ରାଜ୍ୟରେ ଲୋକଙ୍କୁ ନ୍ୟାୟ ମିଳିବା ପ୍ରକ୍ରିୟାରେ ଉନ୍ନତି ଘଟିଛି । ଟେକ୍ନୋଲୋଜିର ବ୍ୟବହାର ଦ୍ବାରା ନ୍ୟାୟ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ହିଞ୍ଜିଳିରେ ଦୌରା ଜଜ କୋର୍ଟ ପ୍ରତିଷ୍ଠା ହେବା ଦ୍ବାରା ବିଶେଷ କରି ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକ ବେଶୀ ଉପକୃତ ହେବେ ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି।

ହଞ୍ଜିଳିରେ କୋର୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଓକିଲମାନେ ଧନ୍ୟବାଦ ଜଣାଇଥିଲେ ।

Comments are closed.