ଠକେଇ ଅଭିଯୋଗରେ ସୁନା ଦୋକାନର କର୍ମଚାରୀ ଗିରଫ

ବ୍ରହ୍ମପୁର – ଅରୁନ୍ଧତୀ ଗହଣା ଦୋକାନରେ ଠକେଇ ଅଭିଯୋଗରେ ବ୍ରହ୍ମପୁର ବଡବଜାର ପୋଲିସ ସେହି ଦୋକାନର କର୍ମଚାରୀ ସିମାଞ୍ଚଳ ପାତ୍ର (୩୦) ଙ୍କୁ ଗିରଫ କରିଛି । ସିମାଞ୍ଚଳ ବ୍ରହ୍ମପୁର ଶାଖା ଅରୁନ୍ଧତୀ ଗହଣା ଦୋକାନରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣି ଦୋକାନର ସେଲସ ମ୍ୟାନେଜର ମନମୋହନ ବାରିକ ବଡ଼ବଜାର ଥାନାରେ ଏତଲା ଦାୟର କରିଥିଲେ।

ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ସୀମାଞ୍ଚଳ ଗତ ୭ ଦିନ ହେବ ଦୋକାନରୁ ୩ଟି ସୁନା ବ୍ରେସଲେଟ, ୩ଟି ସୁନା ଚେନ ଓ ଗୋଟିଏ ମଙ୍ଗଳସୂତ୍ର ଲକେଟ୍ ବିଭିନ୍ନ ଗ୍ରାହକଙ୍କୁ ସେମାନଙ୍କ ଘରେ ଦେଖାଇବା କହି ନେଇଯାଇଥିଲେ। ସେସବୁକୁ ମନପୁରମ ଫାଇନାନ୍ସ ବ୍ୟାଙ୍କ ଓ ମୁଥହୁତ ଫାଇନାନ୍ସ ବ୍ୟାଙ୍କରେ ବନ୍ଧକ ୧୯ ଲକ୍ଷ ୭୦ ହଜାର ଟଙ୍କା ଆଣିଥିଲେ। ଏସବୁ ଟଙ୍କା ସେ ଅନଲାଇନ ଜୁଆ ଖେଳି ଖର୍ଚ୍ଚ କରିଦେଇଥିବା ନେଇ ଅଭିଯୋଗ ହୋଇଥିଲା । ବଡ଼ ବଜାର ପୋଲିସ ସିମାଞ୍ଚଳକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବନ୍ଧକ ଥିବା ସୁନା ଅଳଙ୍କାରଗୁଡିକୁ ଅଭିଯୁକ୍ତ ମୁକୁଳାଇଛି ଓ ସେଗୁଡିକ ଜବତ କରିଛି ପୋଲିସ । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Comments are closed.