ନିର୍ଦ୍ଦେଶ ମାନି ନଥିବା ଗାଡ଼ି ମାଲିକମାନଙ୍କ ବିରୋଧରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ

କଟକ – ଆସନ୍ତା ୧୧ ତାରିଖରେ ରାଷ୍ଟ୍ରପତି ଦ୍ରୈ।ପଦୀ ମୁର୍ମୁ କଟକ ଗସ୍ତ କରିବେ । ଏଥିପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଆବଶ୍ୟକ କରାଯାଇଥିବା କିଛି ଗାଡି କାର୍ଯ୍ୟାଳୟରେ ପହଞ୍ଚି ନଥିବାରୁ ସେସବୁ ଗାଡିର ମାଲିକଙ୍କ ବିରୋଧରେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡକ୍ଟର ଭବାନୀ ଶଙ୍କର ଚୟନୀ ଗିରଫ ପରୱାନା ଜାରି କରିଛନ୍ତି। ଜିଲ୍ଲାପାଳଙ୍କ ଓଡିଶା ରିକ୍ୟୁଜସନିଂ ଅଫ ଓମନିବସ ଆକ୍ଟ ୧୯୮୪ ଧାରା ୯ ଅନୁସାରେ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଏଥିସହ ସେମାନଙ୍କ ବିରୋଧରେ ଅନ୍ୟାନ୍ୟ ଆଇନ ସମ୍ମତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ପରିବହନ ଅଧିକାରୀ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

Comments are closed.